ବୈତରଣୀ ଉଛୁଳିଲା, ପାଟଣା ଅନୁସୟା ଘାଟ ଉବୁଟୁବୁ

ପାଟଣା: କେନ୍ଦୁଝର ଜିଲ୍ଲାରେ କ୍ରମାଗତ ବର୍ଷା ଲାଗି ରହିଥିବା ବେଳେ ତଳମୁଣ୍ଡରେ ବୈତରଣୀ ଭଦ୍ରକ ଜିଲ୍ଲା ବାସୀଙ୍କ ଚିନ୍ତା ବଢାଇଲାଣି। ପାଟଣା ନିକଟରେ ବୈତରଣୀର ଜଳସ୍ରୋତ ପୋଲ ଉପରୁ ଅତ୍ୟନ୍ତ ଗୁରୁଗମ୍ଭିରା ଦେଖା ଯାଉଛି। ବୈତରଣୀର ପାଟଣା ବ୍ଲକ ସୀମା ତୁରୁମୁଙ୍ଗାଠାରୁ ଆରମ୍ଭ କରି ଡୁମୁରିଆର ଭୀମକୁଣ୍ଡ ସୀମା ଯାଏ ନଦୀ ଜଳ ହୁଡା ଡେଇଁଲାଣି।

ପାଟଣାର ପୂଣ୍ୟତୋୟା ବୈତରଣୀ ନିକଟ ପ୍ରସିଦ୍ଧ ପରମେଶ୍ବର ମନ୍ଦିର ସଂଲଗ୍ନ ଅନସୁୟା ଘାଟ ଆଜି ସକାଳୁ ବୁଡି ଯାଇଥିବା ଦେଖା ଯାଇଥିବା ବେଳେ ଅପରାହ୍ନରେ ଘାଟର ଉପରି ଭାଗ କିଛି ଦୃଶ୍ୟମାନ ହୋଇଛି। ଆଗକୁ ଲଘୁଚାପ ଜନିତ ବର୍ଷା ବଢିବା ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ନଦୀକୂଳବାସୀ ଆତଙ୍କିତ ଥିବା ଜଣାପଡିଛି।

Comments are closed.