ପାଟଣାରୁ ବୈତରଣୀ ଜଳସ୍ତର ଖସିଲା

ପାଟଣା : ଗତକାଲି ଦିନ ତମାମ ବୈତରଣୀ ପାଟଣା ବ୍ଲକ ଅଞ୍ଚଳରେ ତାହାର କରାଳ ରୂପ ଦେଖାଇ ଲୋକମାନଙ୍କୁ ଭୟଭୀତ କରିଥିଲା। ଗତକାଲି ସନ୍ଧ୍ୟା ସାଢ଼େ ସାତଟା ପରେ ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ପୋଲରୁ ଧୀରେ ଧୀରେ ଜଳସ୍ତର କମି ପୋଲ ତଳକୁ ୩ଫୁଟ ଖସିଯିବାରୁ ରାସ୍ତା ନିର୍ମାଣକାରୀ ସଂସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ପୋଲ ଉପର ମରାମତି କରି ଦେବାରୁ ଯାନବାହାନ ଚଳାଚଳ ଆରମ୍ଭ ହୋଇ ଯାଇଥିଲା। ସେହିପରି ରାତି ୮ଟା ବେଳକୁ ପାଟଣାରେ ବୈତରଣୀ ଜଳସ୍ତର ବିପଦ ସଂକେତ ତଳକୁ ଖସି ଆସିବା ସହ ପରମେଶ୍ବର ମନ୍ଦିର ସଂଲଗ୍ନ ଅନସ୍ଵୟା ଘାଟ ମଧ୍ୟ ଦୃଶ୍ୟମାନ ହୋଇଥିଲା। ମଧ୍ୟରାତ୍ର ବେଳକୁ ଭୀମକୁଣ୍ଡରେ ମଧ୍ୟ ଜଳସ୍ତର କମି ଯିବାରୁ ପାଟଣା ଅଞ୍ଚଳବାସୀ ବୈତରଣୀ ଚିନ୍ତାରୁ ଆଶ୍ବସ୍ତ ହୋଇଛନ୍ତି।

Comments are closed.