ପୁଣି ବୈତରଣୀ ନଦୀକୁ ଧସିଲା ୧୫ ଫୁଟ୍ ର ସୁରକ୍ଷାବନ୍ଧ

0

ଆରଡି: ପୁଣି ବୈତରଣୀ ନଦୀ ମଧ୍ୟକୁ ୧୫ ଫୁଟ୍ ର ସୁରକ୍ଷାବନ୍ଧ ଧସିପଡିଛି । ଭଦ୍ରକ ଜିଲା ଚାନ୍ଦବାଲି ବ୍ଳକ ଆରଡି ପଞ୍ଚାୟତ ଅଧିନସ୍ଥ ମୁଆଁ ଗାଁ ଦେଇ ପ୍ରଭାବିତ ହେଉଥିବା ବୈତରଣୀ ନଦୀ ଅଶାନ୍ତ ହୋଇ ପଡିବା ସହ ଗାଁ ଆଡକୁ ମାଡି ଆସିଛି । ଯାହା ଫଳରେ ଗତ ୨୧ ତାରିଖ ପୂର୍ଣ୍ଣିମା ଜୁଆର ଯୋଗୁଁ ପ୍ରାୟ ୨ଶହ ଫୁଟ୍ ସୁରକ୍ଷାବନ୍ଧ ଧସି ଯାଇଥିବା ବେଳେ ଶୁକ୍ରବାର ଭୋରରେ ପୁଣି ୧୫୦ଫୁଟ୍ ସୁରକ୍ଷାବନ୍ଧ ନଦୀକୁ ଖସି ଯାଇଛି । ଫଳରେ ଗାଁ ଲୋକ ଆତଙ୍କିତ ହୋଇ ପଡିଥିବା ବେଳେ ଦୁଇଟି ପରିବାର ଭିଟା ମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ନଦୀ ବନ୍ଧରେ କାର୍ଯ୍ୟ ଚାଲୁଥିବାରୁ ବାରମ୍ବାର ଏଭଳି ଘଟୁଥିବା ଗ୍ରାମବାସୀ କହିଛନ୍ତି । ଅନ୍ରପଟେ ଧସି ଯାଇଥିବା ସ୍ଥାନରେ ଯଦି ସ୍ଥାୟୀ ମରାମତି ନକରାଯାଏ ତେବେ ୪୦ରୁ ଉର୍ଦ୍ଧ ପରିବାର ନଦୀରେ ଲିନ୍ନ ହୋଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Leave A Reply