ଜାମିନରେ ମୁକୁଳିଲେ ବିଧାୟକ ଓ ପୂର୍ବତନ ସାଂସଦ

0

ଜୟପୁର : ଦୁରୁଆ ସମାଜକୁ ଆଦିବାସୀ ମାନ୍ୟତା ଦାବି ନେଇ ୨୦୧୫ରେ କରାଯାଇଥିବା ଆନ୍ଦୋଳନ, ରାସ୍ତାରୋକ ମାମଲାରେ ସଂପୃକ୍ତ କଂଗ୍ରେସ ନେତାମାନଙ୍କୁ ଜାମିନ ମିଳିଛି। ମଙ୍ଗଳବାର ଦିନ ଜୟପୁର ଏସଡିଜିଏମ କୋର୍ଟ କଂଗ୍ରେସ ନେତା ଓ ଦୁରୁଆ ସମାଜର ନେତାମାନଙ୍କ ଜାମିନ ମଞ୍ଜୁର କରିଛି।
ସୂଚନାଯୋଗ୍ୟ ଯେ, ଦୁରୁଆ ସମାଜକୁ ଆଦିବାସୀ ମାନ୍ୟତା ଦେବାକୁ ଦାବି କରାଯାଇଥିଲା। ଏହି ଦାବିରେ ପୂର୍ବତନ ସାଂସଦ ପ୍ରଦୀପ ମାଝି, ନବରଙ୍ଗପୁର ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି, ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲସିକା ପ୍ରମୁଖ ଭାଗ ନେଇଥିଲେ। ସେମାନେ ବୈପାରୀଗୁଡା ଠାରେ ଆନ୍ଦୋଳନ କରିବା ସହିତ ରାସ୍ତାରୋକ କରିଥିଲେ।
୨୦୧୫ ଜୁନ ୨୪ ତାରିଖରେ ହୋଇଥିବା ଏହି ଆନ୍ଦୋଳନରେ ସଂପୃକ୍ତ କଂଗ୍ରେସ ନେତାମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଆଜି ଜୟପୁରର ଏସଡିଜେଏମ କୋର୍ଟରେ ଏହି ନେତାମାନେ ହାଜର ହୋଇଥିଲେ। ପରେ ସେମାନଙ୍କ ଜାମିନ ମଞ୍ଜୁର ହୋଇଥିଲା।

Leave A Reply