ଆକାଶ ବିଜୟବର୍ଗୀୟାଙ୍କୁ ଜାମିନ

ଭୋପାଳ : ପୌର ଅଧିକାରୀଙ୍କୁ ଧମକ ଦେବା ସହ କ୍ରିକେଟ ବ୍ୟାଟ୍‌ରେ ପିଟିବା ଅଭିଯୋଗରେ ଗିରଫ ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟାଙ୍କୁ ଶେଷରେ ଜାମିନ ମିଳିଛି। ଆକାଶ ହେଉଛନ୍ତି ବରିଷ୍ଠ ବିଜେପି ନେତା କୈଳାସ ବିଜୟବର୍ଗୀୟାଙ୍କ ପୁଅ ଓ ସେ ପ୍ରଥମ ଥର ଇନ୍ଦୋର-୩ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବୁଧବାର ଗିରଫ ପରେ ଅଦାଲତ ତାଙ୍କୁ ଆସନ୍ତା ୭ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଦୁଇ ଥର ତାଙ୍କର ଜାମିନ ନାମଞ୍ଜୁର ହୋଇଥିଲା । ଶନିବାର ଭୋପାଳ ଜିଲା ଫାଷ୍ଟ ଟ୍ରାକ୍‌ କୋର୍ଟରୁ ତାଙ୍କୁ ଜାମିନ ମିଳିଛି। ଶୁକ୍ରବାର ଏହି ମାମଲା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟପ୍ରଦେଶ ବିଜେପି କାର୍ଯ୍ୟାଳୟ ଜରିଆରେ ରିପୋର୍ଟ ମାଗିଥିଲେ । ଇତିମଧ୍ୟରେ ଆକାଶଙ୍କୁ ସମର୍ଥନ କରିଥିବା ଅଭିଯୋଗରେ ୨୧ ପୌରପାଳିକା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

Comments are closed.