ଚିନ୍ମୟାନନ୍ଦ ଅର୍ଥ ଆଦାୟ ମାମଲାରେ ପୀଡିତା ଛାତ୍ରୀଙ୍କୁ ଜାମିନ ଦେଲେ କୋର୍ଟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଆଣିଥିବା ଆଇନ ଛାତ୍ରୀଙ୍କୁ ବୁଧବାର ଏଲହାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେହି ଛାତ୍ରୀ ଜଣକ ଉପରେ ଚିନ୍ମୟାନନ୍ଦଙ୍କ ଠାରୁ ବଳ ପୂର୍ବକ ୫ କୋଟି ଟଙ୍କା ନେଇଥିବା କୋର୍ଟରେ ଅଭିଯୋଗ କରିଛନ୍ତି। ଏ ନେଇ ହାଇକୋର୍ଟରେ ପୀଡିତ ଜାମିନ ପାଇଁ ଆବେଦନ କରିଥିଲେ। ଏଲହାବାଦ ହାଇକୋର୍ଟରେ ଚିନ୍ମୟାନନ୍ଦ ମାମଲାର ଶୁଣାଣି କରାଯିବା ପରେ ପୀଡ଼ିତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଚିନ୍ମୟାନନ୍ଦଙ୍କୁ ୫କୋଟି ଟଙ୍କା ମାଗିବା ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କୁ ପୁଲିସ ଗିରଫ କରି ଜେଲକୁ ପଠାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଚାର୍ଜସିଟ ଦାଖଲ କରିଥିଲେ।

ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ଅର୍ଥ ଦାବି କରିବା ମାମଲାରେ ଏସଆଇଟି ଚାର୍ଜସିଟରେ ଜଣେ ଏଲଏଲଏମ ଛାତ୍ରୀଙ୍କ ସହ ବିଜେପି ନେତା ଓ ଜିଲ୍ଲା ସହକାରୀ ବ୍ୟାଙ୍କର ଅଧ୍ୟକ୍ଷ ଡିପିଏସ ରାଥୋଡଙ୍କ ନାଁ ସାମିଲ କରିଥିଲା। ଡିପିଏସ ରାଥୋଡ ଉତ୍ତରପ୍ରଦେଶରେ ରାଜ୍ୟ ମନ୍ତ୍ରୀ ପାହ୍ୟା ପାଉଥିଲେ ଓ ସେ ଦଳର ପ୍ରଦେଶ ଉପାଧ୍ୟକ୍ଷଙ୍କ ଭାଇ।

Comments are closed.