ବୈଜୟନ୍ତଙ୍କୁ କ୍ଲିନଚିଟ୍‍ ଦେଲା ଡିଜିସିଏ

0

ଭୁବନେଶ୍ୱର : ପୁର୍ବତନ ସାସଂଦ ବୈଜୟନ୍ତ ପଣ୍ଡା ଚିଲିକାରେ ହେଲିକପ୍ଟର ଉଡାଣ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ କ୍ଲିନଚିଟ ଦେଇଛନ୍ତି। ହେଲିକପ୍ଟରଟି କୌଣସି ସ୍ଥାନରେ ନ ରହି ଭୁବନେଶ୍ୱର, ପୁରୀ, କୋଣାର୍କ ଦେଇ ଗରଦପୁରରେ ଅବତରଣ କରିଥିବା ସେ ସୂଚନା ଦେଇଛନ୍ତି। ଅଭିଯୋଗରେ ଉଡାଣ ସର୍ମ୍ପକରେ ଦିଆଯାଇଥିବା ସମୟରେ କୌଣସି ପ୍ରକାର ତ୍ରୁଟିବିଚ୍ୟୁତି ହୋଇନଥିବା ଡିଜିସିଏ ଜଣାଇଛନ୍ତି। ହେଲିକପ୍ଟରଟି ଚିଲିକାରେ ଓହ୍ଲାଇ ନଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ ଯେ ବିପଦଜନକ ଭାବରେ ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ କରାଯାଉଥିବା ଅଭିଯୋଗ କରାଥିଲା। ଏହାଫଳରେ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ କରି ବୈଜୟନ୍ତ ପଣ୍ଡାଙ୍କ ଏକ ହ୍ୟାଙ୍ଗର ସହ ତିନୋଟି ହେଲିକପ୍ଟର ପୁରୀ ପୁଲିସ ଜବତ କରିଥିଲା।

Leave A Reply