ଗିରଫ ହେଲେ ବାହୁବଳୀ ବିଜେପି ବିଧାୟକ

ଇନ୍ଦୋର : ନଗର ନିଗମ ଅଧିକାରୀଙ୍କୁ କ୍ରିକେଟ୍‍ ବ୍ୟାଟରେ ଆକ୍ରମଣ କରିବା ଘଟଣାରେ ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ଗିରଫ କରିଛି ପୋଲିସ । ବରିଷ୍ଠ ବିଜେପି ନେତା କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ଜଣେ ସରକାରୀ ଅଧିକାରୀଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ସେହି ଭାଇରାଲ ଭିଡିଓ ଆଧାରରେ ପୋଲିସ ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ସମେତ ୧୦ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ଏବଂ ପରେ ସେମାନଙ୍କୁ ଗିରଫ କରିଛି।

ସୂଚନା ଯୋଗ୍ୟ ,ଇନ୍ଦୋରରେ ନିଗମ ଅଧିକାରୀ ମାନେ ଏକ ଜବରଦଖଲ କୋଠାକୁ ଭାଙ୍ଗିବାକୁ ଆସିଥିବା ବେଳେ ବିଧାୟକ ଏବଂ ତାଙ୍କ ସମର୍ଥକ ସେମାନଙ୍କୁ ଆକ୍ରମଣ କରିଥିଲେ ।

Comments are closed.