ବାଗଦାଦୀର ଉତ୍ତରାଧିକାରୀକୁ ନିପାତ କରିଛି ଆମେରିକା ସେନା: ଟ୍ରମ୍ପ

ୱାଶିଂଟନ: ଆମେରିକା ସେନାର ଅପରେସନ “କାୟଲା ମୁଲେର”ରେ ଆଇଏସଆଇଏସର ମୁଖ୍ୟ ଆବୁ ବକର୍ ବାଗଦାଦି ପରେ ଆଇଏସଆଇଏସର ଉତ୍ତରାଧିକାରୀ କୁହାଯାଉଥିବା ଅବଦୁଲ୍ଲାହ କାର୍ଦଶକୁ ମଧ୍ୟ ନିପାତ କରିଛି। ଏନେଇ ମଙ୍ଗଳବାର ଟ୍ୱିଟ୍‍ କରି ଘୋଷଣା କରିଛନ୍ତି ଆମେରିକା ରାଷ୍ଟପତି ଡୋନାଲ ଟ୍ରମ୍ପ। ଟ୍ରମ୍ପ ଏହି ଅପରେସନ ନେଇ କିଛି ସ୍ପଷ୍ଟ କରିନାହାନ୍ତି। କେଉଁଠାରେ ଏବଂ କିପରି ହତ୍ୟା କରାଗଲା ତାହାର ସୂଚନା ଦେଇନାହାନ୍ତି। ଏଠାରେ ସୂଚନାଯୋଗ୍ୟ ୨୮ ଅକ୍ଟୋବରରେ ଆମେରିକା ସେନା ଆଇଏସଆଇଏସ ଆତଙ୍କୀ ସଙ୍ଗଠନ ଉପରେ ଆକ୍ରମଣ କରି ତାର ମୁଖ୍ୟ ଆବୁ ବକର୍‍ ବାଗଦାଦିକୁ ନିପାତ କରିଥିଲା। ଆମେରିକା ରାଷ୍ଟପତି ଡୋନାଲ ଟ୍ରମ୍ପ ଏନେଇ ଟ୍ୱିଟ୍‍ କରି ସୂଚନାଦେଇ କହିଥିଲେ ଆମେରିକା ସେନା ବିଶ୍ୱର ୧ନମ୍ବର ଆତଙ୍କୀ ବାଗଦାଦୀକୁ ନିପାତ କରିଛି। ଆମେରିକା ପକ୍ଷର କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଡରି ଯାଇ ବାଗଦାଦୀ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିଲା। ଆମେରିକା ପକ୍ଷରୁ କରାଯାଇଥିବା ଏହି ଅପରେସନକୁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ହ୍ୱାଇଟ୍‍ ହାଉସରେ ବସି ଦେଖୁଥିଲେ।

Comments are closed.