‘ବାଗି-୩’ରେ ଟାଇଗର୍‌ଙ୍କ ସହ ରିତେଶ

ଅହମଦ ଖାନ୍ ନିର୍ଦେଶିତ ‘ବାଗି-୩’ ଚଳଚ୍ଚିତ୍ରର କାମ କିଛିକାଂଶରେ ଆରମ୍ଭ ହୋଇଛି। ଚଳଚ୍ଚିତ୍ରର ଅନ୍ୟ ଭାଗର ସୁଟିଂ ଅଗଷ୍ଟ ପରେ ଆରମ୍ଭ ହେବ ବୋଲି ଶୁଣାଯାଉଛି। ଏଥିରେ ଟାଇଗର୍ ଶ୍ରଫ୍ ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ି ଦେଖିବାକୁ ମିଳିବ। ତେବେ ନୂଆ ମୁହଁ ଭାବେ ରିତେଶ ଦେଖମୁଖ କାମ କରୁଛନ୍ତି। ରିତେଶ ଏଇ ଚଳଚ୍ଚିତ୍ରରେ ଟାଇଗର୍‌ଙ୍କ ବଡ଼ ଭାଇ ଭୂମିକାରେ ଦେଖାଦେବେ। ପ୍ରଯୋଜନା ସଂସ୍ଥା ଏଇ ତଥ୍ୟ ଅବଗତ କରାଇବା ସହ ସୋସିଆଲ ସାଇଟ୍‌ରେ ମଧ୍ୟ ପ୍ରଚାର ଚାଲିଛି। ୟୁନିଟ୍ ତରଫରୁ ମିଳିଥିବା ଖବର ଅନୁସାରେ, ରିତେଶ ଏଥିରେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ। ଦର୍ଶକଙ୍କୁ ହସେଇ ବେଦମ୍ କରୁଥିବା ଏଇ ଅଭିନେତା ଏହା ପୂର୍ବରୁ ମଧ୍ୟ ‘ଏକ୍ ଭିଲିଆନ୍’ରେ ଖଳନାୟକ ଭୂମିକାରେ କାମ କରିଛନ୍ତି। ଦେଖାଯାଉ, ବାଗି-୩ରେ ସେ ଦର୍ଶକଙ୍କୁ କିଭଳି କିମିଆ ଦେଖାଇବେ?

Comments are closed.