ବାଗେଶ୍ୱରରେ ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ୩.୩ ତୀବ୍ରତା

ବାଗେଶ୍ୱର : ଉତ୍ତରାଖଣ୍ଡର ବାଗେଶ୍ୱରରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଛି। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି।
ଗତ ମାସ ଡିସେମ୍ବର ପ୍ରଥମ ତାରିଖ ସକାଳେ ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବାହାଦରାବାଦ ବ୍ଲକର ଔେରଙ୍ଗାବାଦ ଅଞ୍ଚଳର ଡାଲୁୱାଲା କାଲାନ ଗ୍ରାମ। ରିକ୍ଟର ସ୍କେଲରେ ଭୂକମ୍ପ ୪.୦ ରେକର୍ଡ କରାଯାଇଥିଲା। ଏଥିରେ ମଧ୍ୟ କୌଣସି କ୍ଷତି ହୋଇନଥିଲା।