୨ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୪୬ ବ୍ୟକ୍ତି- ବାଗ୍‍ଚୀ

ଭୁବନେଶ୍ୱର: କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ରାତିରେ ଓଡ଼ିଶାର ୨ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭୟ ଆହୁରି ବୃଦ୍ଧି ପାଇଛି। ତେବେ ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ବିଷୟରେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‍ଚୀ କହିଛନ୍ତି, ୨ୟ ଆକ୍ରାନ୍ତ ମୋଟ୍‍ ୪୬ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ୪୬ ଜଣଙ୍କ ମଧ୍ୟରୁ ୪୩ ଜଣଙ୍କୁ ଚିହ୍ନଟ କରାଯାଇଛି। ବାକି ୩ ଜଣଙ୍କୁ ଖୋଜିବା ପାଇଁ ୮ଟି ଟିମ୍‍ ନିୟୋଜିତ ଅଛନ୍ତି।

ବାଗ୍‍ଚୀଙ୍କ ସୂଚନା ଅନୁସାରେ, ୧୯ ବର୍ଷୀୟ ଦ୍ୱିତୀୟ ଆକ୍ରାନ୍ତ ଗତ ୧୮ ତାରିଖରେ ବ୍ରିଟେନରୁ ଫେରିଥିଲେ। ୧୯ ତାରିଖରୁ ତାଙ୍କୁ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି। ଏହା ସହିତ ଆକ୍ରାନ୍ତଙ୍କ ପରିବାର ଲୋକ ହୋମ୍‍ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଅପର ପକ୍ଷରେ ୩୩ ବର୍ଷୀୟ ପ୍ରଥମ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବାଗ୍‍ଚୀ କହିଛନ୍ତି।

Comments are closed.