ସୁବ୍ରତ ବାଗଚିଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ଓଡିଶା ସ୍କିଲ ଡେଭଲପ୍‍ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି। ଶ୍ରୀ ବାଗଚିଙ୍କ ଗସ୍ତ ସମୟରେ ନବରଙ୍ଗପୁର ପଲିଟେକ୍ନିକ ସ୍କୁଲ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାରେ ସ୍କିଲ ଡେଭଲପ୍‍ ସ୍ଥିତି ଏବଂ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ନବରଙ୍ଗପୁର ଜିଲ୍ଲାରେ ଥିବା ପଲିଟେକନିକ କଲେଜ ପରିଦର୍ଶନ କରିବା ଅବସରରେ କଲେଜର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମୟରେ ନିଜର ପ୍ରଯୁକ୍ତି ବିଦ୍ୟା ପେଶାକୁ ନିଷ୍ଠାର ସହ ସମୟ ଦେବାକୁ କହିଥିଲେ। ଏହି ଅବସରରେ ଶ୍ରୀ ବାଗଚି ନିଜକୁ ନବରଙ୍ଗପୁର ମାଟିରେ ଜନ୍ମ ହୋଇଥିବା ନେଇଁ ଗର୍ବ ଅନୁଭବ କରିବା ସଙ୍ଗେ ସଙ୍ଗେ ଜିଲ୍ଲାର ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ସୂଚନା ଦେଇଛନ୍ତି।

Comments are closed.