ଓଡ଼ିଶାରେ କରୋନା ଯୋଦ୍ଧାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଇଛି। କୋଭିଡ୍‌-୧୯ ମୁକାବିଲା ନିମନ୍ତେ ଓଡ଼ିଶାରେ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ଚିକିତ୍ସା ସହାୟକମାନଙ୍କୁ ପ୍ରସ୍ତୁତ ରଖାଯାଇଛି ଏବଂ ସେମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୮୦୨୩ ଡାକ୍ତର, ୮୨୯୬ ଷ୍ଟାଫ୍‌ ନର୍ସ, ୪୧୦୫ ଲାବୋରେଟୋରୀ ଟେକ୍‌ନିସିଆନ୍‌, ୪୧୧୪ ଆୟୁଷ ଡାକ୍ତର, ୪୯୦୫ ଆମ୍ବୁଲନ୍ସ ଡ୍ରାଇଭର, ୧,୩୫,୮୨୦ ଏଏନ୍‌ଏମ୍‌, ଆଶା/ଅଙ୍ଗନବାଡ଼ି କର୍ମୀ ଏବଂ ୭୨୩୬ ସଫେଇ କର୍ମଚାରୀଙ୍କୁ କୋଭିଡ୍‌-୧୯ ଯୋଦ୍ଧା ଭାବେ ତାଲିକାଭୁକ୍ତ କରାଯାଇଛି, ଯେଉଁମାନଙ୍କୁ ସ୍ୱତନ୍ତ୍ର ଭାବେ ଗଠିତ ତାଲିମ ଓ ଦକ୍ଷତା ବିକାଶ ଟିମ୍‌ଙ୍କ ଉଦ୍ୟମରେ ତାଲିମ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି।

Comments are closed.