ବଗଲା ପଦଯାତ୍ରା: ଉତ୍ତରାରେ ଅଟକାଇଲା କମିଶନରେଟ୍‌ ପୁଲିସ

ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଭୁବନେଶ୍ବର: ବଗଲା ବିକ୍ରି ଅଭିଯୋଗରେ ପ୍ରତିବାଦରେ ପଦଯାତ୍ରାରେ ଆସୁଥିବା ବିଜେପି କର୍ମୀଙ୍କୁ ବାଟରେ ପୁଲିସ ଅଟକାଇଲା। ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାରେ ପଦଯାତ୍ରାରେ ଆସୁଥିବା ବିଜେପି କର୍ମୀଙ୍କୁ ଉତ୍ତରାଛକରେ ଅଟକଲାଇଲା କମିଶନରେଟ୍‌ ପୁଲିସ। ଉତ୍ତରାଛକରୁ ଆଗକୁ ଯିବାକୁ ଦେଲାନାହିଁ କମିଶନରେଟ୍‌ ପୁଲିସ। ଡିସିପିଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଜେପି ପକ୍ଷରୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଶୋଭାଯାତ୍ରାରେ ସାମିଲ ହୋଇଥିବା ବିଜେପି କର୍ମୀ।
ପୁରୀ ବଗଲା ଜମି ବିକ୍ରି ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ। ବଗଲା ଧର୍ମଶାଳା ଜମିରେ ଜଗନ୍ନାଥଙ୍କ ସ୍ବତ୍ତ୍ବ ନେଇ ଜବାବ ମାଗିଲେ। ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ। ବଗଲା ଜମି ବିକ୍ରି ଅନ୍ୟ ଦାୟର ମାମଲା ସହ ଏକାଠି ଶୁଣାଣି କରିବେ ହାଇକୋର୍ଟ। ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ହାଇକୋର୍ଟରେ ମାମଲା ଦାୟର କରିଥିଲେ।

Comments are closed.