ବଗଲା ଧର୍ମଶାଳା ଜମି ବିବାଦ ମାମଲା : ୨୩ ଜଣ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ : ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ ୨୩ ଜଣ ପ୍ରତିପକ୍ଷଙ୍କୁ ଓଡ଼ିଶା ହାଇକୋର୍ଟ ନୋଟିସ ଜାରୀ କରିଛନ୍ତି। ସମସ୍ତ ସରକାରୀ ପକ୍ଷଙ୍କ ସମେତ ଜମି କ୍ରୟ କରିଥିବା ୬ ଜଣ କ୍ରେତାଙ୍କୁ ମଧ୍ୟ ଏହି ନୋଟିସ ଜାରି ହୋଇଛି। ରାଜସ୍ବ ପର୍ଷଦ ସଦସ୍ୟ, ପୁରୀ କୋଣାର୍କ ଉନ୍ନୟନ ଅଧିକାରୀ, ଓଡ଼ିଶା ସେତୁ ନିର୍ମାଣ ନିଗମ, ପୁରୀ ମୁପୌର ସଂସ୍ଥା, ଶ୍ରୀମନ୍ଦିର ପ୍ରଶାସନ ଆଦିଙ୍କୁ ନୋଟିସ ଜାରୀ କରାଯାଇଛି। ଏହା ସହ ପୁରୀ ଜିଲାପାଳ ଓ ତହସିଲଦାର ଜବାବ ଦାଖଲ କରିଥିବା ବେଳେ ଆବେଦନକାରୀ ପ୍ରତିଜବାଵ ଦାଖଲ କରିବାକୁ ଅଦାଲତ କହିଛନ୍ତି । ଉଭୟ ପକ୍ଷଙ୍କ ଜବାବ ଓ ପ୍ରତିଜବାଵ ଦାଖଲ କରିବା ପରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ରଙ୍କ ପକ୍ଷରୁ ପୃଥକ ପୃଥକ ମାମଲା ହୋଇଥିବା ବେଳେ ଉଭୟ ମାମଲାର ଏକତ୍ର ଶୁଣାଣି ହୋଇଥିଲା।

Comments are closed.