ବ୍ୟାଗ୍ କରିବ ମାଲିସ୍!

ଅଧିକ ସମୟ ବ୍ୟାଗ୍ କାନ୍ଧରେ ପକାଇଲେ କାନ୍ଧ ଓ ପିଠି ହାଡ଼ ଅନେକ ସମୟରେ ଯନ୍ତ୍ରଣା ହୋଇଥାଏ। ବର୍ତ୍ତମାନ ସେସମସ୍ୟାରୁ ଆପଣ ଶୀଘ୍ର ମୁକ୍ତି ପାଇଯିବେ। ନିୟମିତ ଭାବେ ଭ୍ରମଣ କରୁଥିଲେ କିମ୍ବା କାର୍ଯ୍ୟାଳୟକୁ ବ୍ୟାଗ୍-ପ୍ୟାକ୍‌ ପକାଇ ଯାଉଥିଲେ, କେତେଜଣଙ୍କର କାନ୍ଧ ଯନ୍ତ୍ରଣା ଆରମ୍ଭ ହେଉଥିବାର ବିଶେଷଜ୍ଞଙ୍କ ମତ। ସେଥିରୁ ମୁକ୍ତି ଦେବ ଅତ୍ୟାଧୁନିକ କ୍ଷମତା ସମ୍ପନ୍ନ ବ୍ୟାଗ୍-ପ୍ୟାକ୍, ଯାହା ଆପଣଙ୍କ ପିଠିକୁ ମାଲିସ୍ କରିବ। ବିଦେଶୀ କମ୍ପାନୀ ‘ୟୁଏମ୍’ ଏକ ନୂଆ ଧରଣର ବ୍ୟାଗ୍ ତିଆରି କରିଛି। ଏହାକୁ କାନ୍ଧରେ ପକାଇବାର କିଛି ସମୟ ପରେ କାନ୍ଧ ମାଲିସ୍‌ ଆରମ୍ଭ ହୋଇଯିବ। ଆପଣ ଚାହିଁଲେ, ସୁଇଚ୍ ଟିପି ତାହା ବନ୍ଦ ମଧ୍ୟ କରିପାରିବେ। ୨୬ଲିଟର କ୍ଷମତାସମ୍ପନ୍ନ ଏହି ବ୍ୟାଗ୍-ପ୍ୟାକର ମୂଲ୍ୟ ୭ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ବ୍ୟାଗଟିରେ ୪ଟି ‘ମସାଜ୍ ପ୍ୟାଡ୍’ ଥିବାବେଳେ ୨ଘଣ୍ଟା ଚାର୍ଜ ହେଲେ ତାହା ୧୧ଘଣ୍ଟା ସମୟ ମାଲିସ୍ କରିପାରିବ ବୋଲି କମ୍ପାନୀ ସୂତ୍ରରୁ ପ୍ରକାଶ। ଏହି ଅତ୍ୟାଧୁନିକ ବ୍ୟାଗ୍ ଶରୀରକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ, ଏହାର ପରୀକ୍ଷାମୂଳକ ପ୍ରୟୋଗ ହୋଇସାରିଛି।

Comments are closed.