ବିମାନବନ୍ଦରରେ ବୋମା ଭର୍ତ୍ତି ବ୍ୟାଗ, ସିସି କ୍ୟାମେରାରେ ସନ୍ଦିଗ୍ଧର ଚେହେରା

ମାଙ୍ଗାଲୁରୁ: ମାଙ୍ଗାଲୁରୁ ବିମାନ ବନ୍ଦରରୁ ସୋମବାର ଏକ ବୋମା ଭର୍ତ୍ତି ବ୍ୟାଗ ଜବତ ହୋଇଛି। ବିମାନବନ୍ଦର ଟିକେଟ କାଉଣ୍ଟରରୁ ନିକଟରୁ ଏହି ବ୍ୟାଗଟିକୁ ଜଣେ ସିଆଇଏସଏଫ ଯବାନ ଠାବ କରିଛନ୍ତି। ବ୍ୟାଗ ଭିତରେ ଏକ ଆଇଇଡି ଥିବା ଜଣାପଡ଼ିବା ପରେ ତତ୍‌କ୍ଷଣାତ ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ସେଠାରୁ ସୁରକ୍ଷିତ ଭାବେ ତା’କୁ ଅନ୍ୟତ୍ର ନିଆଯାଇଛି। ଠିକ୍‌ ସମୟରେ ବୋମାର ସନ୍ଧାନ ମିଳିଥିବାରୁ ବିମାନବନ୍ଦରରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଥିବା ପୁଲିସ କହିଛି।

ତେବେ ବୋମା ଭର୍ତ୍ତି ବ୍ୟାଗକୁ ଟିକେଟ କାଉଣ୍ଟର ନିକଟରେ ରଖିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଚିହ୍ନଟ କରାଯାଇଛି। ବିମାନବନ୍ଦରରେ ଲାଗିଥିବା ସିସିଟିଭି କ୍ୟାମେରାରୁ ପୁଲିସ ତାହାର ଫଟୋ ହାସଲ କରିଛି। ତା’କୁ ଠାବ କରିବାକୁ ତଦନ୍ତ ଜାରି ରହିଥିବା ଡିଆଇଜି ଅନୀଲ ପାଣ୍ଡେ କହିଛନ୍ତି। ସେ କହିଛନ୍ତି, ଜଣେ ସନ୍ଦିଗ୍ଧ ବ୍ୟକ୍ତି ବିମାନବନ୍ଦରରେ ବ୍ୟାଗ ରଖିଥିଲା। ଏହା ପରେ ନିଜ ମୁହଁକୁ ଲୁଚାଇ ବାହାରକୁ ଆସି ଏକ ଅଟୋରେ ଚାଲିଯାଇଥିଲା। ଘଟଣା ପରେ ମାଙ୍ଗାଲୁରୁ ପୁଲିସ ପକ୍ଷରୁ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତି ଏବଂ ଅଟୋର ଫଟୋ ଜାରି କରାଯାଇଛି।

Comments are closed.