ତେଲେଙ୍ଗାନା ବିଧାନସଭା ବିର୍ବାଚନ : ଭୋଟ ନଦେଇ ଫେରିଲେ ଜ୍ୱାଲା ଗୁପ୍ତା

0

ନୂଆଦିଲ୍ଲୀ : ଶୁକ୍ରବାର ରାଜସ୍ତାନ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛିି। ସାଧାରଣ ଲେକଙ୍କ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ମାନେ ମଧ୍ୟ ମତଦାନ କରିଛନ୍ତି। ମାତ୍ର ଦେଶର ବଡ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁପ୍ତା ମତଦାନ କରିବାରୁ ବାଦ ପଡିଛନ୍ତି। ସେ ଶୁକ୍ରବାର ମତଦାନ କରବାକୁ ଯାଇ ହତାସ ହୋଇ ଫେରିଆସିଛନ୍ତି। ଏନେଇ ଜ୍ୱାଲା ନିଜେ ଟ୍ୱିଟ କରି ଜଣାଇଛନ୍ତି। ଭୋଟର ତାଲିକାରେ ତାଙ୍କ ନାମ ନଥିବା କାରଣରୁ ସେ ମତଦାନ କରିପାରି ନଥିବା ପ୍ରକାଶ କରିଛନ୍ତି। ଜ୍ୱାଲା ଗୁପ୍ତା ପ୍ରଥମେ ଟ୍ୱିଟ କରି ଲେଖିଛନ୍ତି- ମୁଁ ମତଦାନ ପାଇଁ ଯାଇଥିଲି ମାତ୍ର ମୋର ନାମ ଭୋଟର ତାଲିକାରେ ନଥିବାରୁ ମୁଁ ମତଦାନ କରିନପାରି ଫେରିଆସିଲି। ପରେ ସେ ଦ୍ୱିତୀୟ ଥର ଟ୍ୱିଟ କରି ଲେଖିଛନ୍ତି କି ଯେଉଁଠି ମୋର ନାମ ଭୋଟର ତାଲିକାରୁ ଉଭାନ ହୋଇଯାଉଛି। ସେଇଠି ମତଦାନ କିଭଳି ହେବ ଆପଣ ବୁଝିପାରୁଥିବେ। ଜ୍ୱାଲା ଗୁପ୍ତାରଙ୍କ ଏହି ଟ୍ୱିଟ ପରେ ଏନେଇ ଅନେକ ଲୋକଙ୍କର ପ୍ରତିକ୍ରିୟା ଆସିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଏବଂ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆ ଟ୍ୱିଟ କରି ଲେଖିଛନ୍ତି ଏଭଳି ସମଗ୍ର ଦେଶରେ କରାଯାଉଛି। ଏହା ନିର୍ବାଚନ କମିଶନଙ୍କ ଅବହେଳାରୁ ହେଉଛି। ଯାହା ଠିକ୍‍ ନୁହେଁ।

Leave A Reply