ସିଙ୍ଗାପୁର ଓପନ୍‍ ବ୍ୟାଡ୍‍ମିଣ୍ଟନ: ସମସ୍ତ ଭାରତୀୟ ପରାସ୍ତ

0

ସିଙ୍ଗାପୁର : ଏଠାରେ ଚାଲିଥିବା ସିଙ୍ଗାପୁର ଓପନ୍‍ ବ୍ୟାଡ୍‍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଚ୍ୟାଲେଞ୍ଜ୍‍ ସମାପ୍ତ ହୋଇଯାଇଛି। ଗୁରୁବାର ବିଭିନ୍ନ ଇଭେଣ୍ଟରେ ଖେଳିଥିବା ସମସ୍ତ ଭାରତୀୟ ପରାସ୍ତ ହୋଇ ଯାଇଛନ୍ତି। ମହିଳା ସିଙ୍ଗଲ୍‍ସ ୨ୟ ରାଉଣ୍ଡରେ ଭାରତର ଋତୁପର୍ଣ୍ଣା ଦାସଙ୍କୁ ଇଣ୍ଡୋନେସିଆର ୟୁଲିଆ ୟୋସେଫିନ୍‍ ସୁସାନ୍ତୋ ୧୫-୨୧, ୨୧-୧୩, ୨୧-୧୬ରେ ପରାସ୍ତ କରିଛନ୍ତି। ଅନ୍ୟ ମ୍ୟାଚ୍‍ରେ ଭାରତର ଋତ୍ୱିକା ଶିବାନୀ ଗାଡେଙ୍କୁ ୫ମ ସିଡ୍‍ ଜାପାନର ସାୟାକା ତାକାହାସି ୨୧-୮, ୨୧-୧୫ରେ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍‍ସରେ ମଧ୍ୟ ଗୁରୁବାର ଦୁଇ ଭାରତୀୟ ଖେଳାଳି ପରାସ୍ତ ହୋଇ ଯାଇଛନ୍ତି। ୨ୟ ରାଉଣ୍ଡରେ ଭାରତର ଶୁଭଙ୍କର ଦେଙ୍କୁ ଟପ୍‍ ସିଡ୍‍ ଚାଇନିଜ୍‍ ତାଇପେର ଚାଓ ତିଏନ୍‍ ଚେନ୍‍ ୨୧-୧୩, ୨୧-୧୪ରେ ପରାସ୍ତ କରିଛନ୍ତି। ସୌରଭ ବର୍ମାଙ୍କୁ ଭିଏତ୍‍ନାମର ତିଏନ୍‍ ମିନ୍‍ ଏନ୍‍ଗୁଏନ୍‍ ୧୮-୨୧, ୨୧-୧୫, ୨୧-୧୧ରେ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍‍ସରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍‍ଡୀ-ଚିରାଗ ସେଟ୍ଟିଙ୍କୁ ଚୀନ୍‍ର ଔ ଜୁଆନ୍ୟି-ଜିଆଙ୍ଗୟୁ ରେନ୍‍ ୨୧-୧୭, ୨୧-୧୮ରେ ପରାସ୍ତ କରିଛନ୍ତି। ମହିଳା ଡବଲ୍‍ସରେ ରାଙ୍କିରେଡ୍‍ଡୀ-ଅଶ୍ୱିନୀ ପୋନପ୍ପାଙ୍କୁ ୭ମ ସିଡ୍‍ ହଂକଂର ଯୋଡ଼ି ପରାସ୍ତ କରିଛନ୍ତି। ମିକ୍ସଡ ଡବଲ୍‍ସରେ ୮ମ ସିଡ୍‍ ଭାରତର ପ୍ରଣବ ଜେରି ଚୋପ୍ରା ଓ ଏନ୍‍. ସିକ୍କି ରେଡ୍‍ଡୀଙ୍କୁ ଚୀନ୍‍ର ଯୋଡ଼ି ପରାସ୍ତ କରିଛନ୍ତି।

Leave A Reply