ଚାଇନା ଓପନ ବ୍ୟାଡମିଣ୍ଟନ; ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରକୁ ଉନ୍ନୀତ

0

ଫୁଝୌ(ଚୀନ): ଭାରତର ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସିଙ୍ଗଲ୍‍ସ ଇଭେଣ୍ଟରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୩ୟ ସିଡ୍‍ ସିନ୍ଧୁ ୨୧-୧୨, ୨୧-୧୫ ଗେମରେ ଥାଇଲାଣ୍ଡର ବୁସାନନ୍‍ ଓଙ୍ଗ୍‍ବାମ୍‍ରୁଙ୍ଗ୍‍ଫାନ୍‍ଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୩୭ ମିନିଟ ମଧ୍ୟରେ ଶେଷ ହୋଇଥିଲା। କ୍ୱାର୍ଟର ଫାଇନାଲରେ ସିନ୍ଧୁ ୮ମ ସିଡ୍‍ ମାନ୍ୟତାପ୍ରାପ୍ତ ଚୀନର ହି ବିଙ୍ଗ୍‍ଜିଆଓଙ୍କୁ ଭେଟିବେ। ଅପରପକ୍ଷରେ ପୁରୁଷ ସିଙ୍ଗଲ୍‍ସ ଦ୍ୱିତୀୟ ରାଉଣ୍ଡରେ ୫ମ ସିଡ୍‍ ଶ୍ରୀକାନ୍ତ ୪୫ ମିନିଟ ମୁକାବିଲାରେ ଇଣ୍ଡୋନେସିଆର ଟମି ସୁଗିଆର୍ତୋଙ୍କୁ ୧୦-୨୧, ୨୧-୯, ୨୧-୯ ଗେମରେ ହରାଇଛନ୍ତି। ବୁଧବାର ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ଲୁକାସ କୋର୍ଭିଙ୍କୁ ୨୧-୧୨, ୨୧-୧୬ ଗେମରେ ହରାଇଥିଲେ। କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ଚାଇନିଜ ତାଇପେର ଚୌ ତିଏନ ଚେନ୍‍ଙ୍କୁ ଭେଟିବେ। ତେବେ ବୁଧବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ପ୍ରଥମ ରାଉଣ୍ଡରେ ଭାରତର ଏଚ.ଏସ.ପ୍ରଣୟ ୧୧-୨୧, ୧୪-୨୧ ଗେମରେ ଡେନମାର୍କର ଜୋନାଥନ କ୍ରିଷ୍ଟିଙ୍କଠାରୁ ହାରିଯାଇଛନ୍ତି।

Leave A Reply