ବ୍ୟାଡମିଣ୍ଟନରେ ଲକ୍ଷ୍ୟଙ୍କୁ ରୌପ୍ୟ

0

ବୁଏନ୍ସ ଏରିଜ୍‍ : ଭାରତର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ବ୍ୟାଡମିଣ୍ଟନ ସିଙ୍ଗଲ୍‍ସ ଇଭେଣ୍ଟରେ ରୌପ୍ୟପଦକ ଜିତିଛନ୍ତି। ଶୁକ୍ରବାର ପୁରୁଷ ସିଙ୍ଗଲ୍‍ସ ଫାଇନାଲରେ ଚୀନର ଲି ସିଫେଙ୍ଗ୍‍ ୨୧-୧୫, ୨୧-୧୯ ଗେମରେ ଲକ୍ଷ୍ୟଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୪୨ ମିନିଟ ମଧ୍ୟରେ ଶେଷ ହୋଇଥିଲା। ଚଳିତବର୍ଷ ଜୁଲାଇରେ ଏସିଆନ ଚମ୍ପିଆନସିପ୍‍ର କ୍ୱାର୍ଟରଫାଇନାଲରେ ଲକ୍ଷ୍ୟ ସିଫେଙ୍ଗ୍‍ଙ୍କୁ ପରାସ୍ତ କରିଥିଲେ। ତେବେ ଯୁବ ଅଲିମ୍ପିକ୍‍ସ ଫାଇନାଲରେ ଲକ୍ଷ୍ୟ ପୂର୍ବ ସଫଳତା ଦୋହରାଇବାରେ ବିଫଳ ହୋଇଛନ୍ତି।

Leave A Reply