୨୦୦କୋଟି କ୍ଲବରେ ସାମିଲ ‘ବଧାଇ ହୋ’

0

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଭିନ୍ନ ଧରଣର ଚଳଚ୍ଚିତ୍ର  ‘ବଧାଇ ହୋ’  ବକ୍ସ ଅଫିସରେ ଭଲ ବ୍ୟବସାୟ କରି ଅପାର ସଫଳତା ଲାଭ କରିଛି।  ପ୍ରଥମେ ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ‘ବଧାଇ ହୋ’ ଏବେ ସାରାବିଶ୍ଵରୁ ହୋଇଥିବା ଆୟଦ୍ବାରା୨୦୦ କୋଟି କ୍ଲବରେ ସାମିଲ ହୋଇଛି। ଅମିତ ଶର୍ମା ନିର୍ଦ୍ଦେଶିତ ‘ବଧାଇ ହୋ’ରେ ବିଭିନ୍ନ ଭୂମିକାରେ ଆୟୁଷ୍ମାନ ଖୁରାନାଙ୍କ ସହ ସାନ୍ୟା ମଲହୋତ୍ରା ଓ ନୀନା ଗୁପ୍ତା ଓ ଗଜରାଜ ରାଓ ଅଭିନୟ କରିଛନ୍ତି । କମ୍ ବଜେଟରେ ସିନେମାଟି ନିର୍ମାଣ ହୋଇଥିଲେ ମଧ୍ୟ ବେଶ ଭଲ ବ୍ୟବସାୟିକ ସଫଳତା ଲାଭ କରିଛି। ଜଣେ ମଧ୍ୟବିତ ପରିବାରର ବୟସ୍କା  ମହିଳା ଗର୍ଭବତୀ ହେବା ଘଟଣା ହିଁ ଏହାର କଥାବସ୍ତୁ। ତେବେ ଉଭୟ ପ୍ରଶଂସକ ଓ ସମୀକ୍ଷକ ମହଲରେ ‘ବଧାଇ ହୋ’ ଖୁବ ଆଦୃତ ଲାଭ କରିଛି । ଅନ୍ୟପକ୍ଷରେ ‘ବଧାଇ ହୋ’ର ବ୍ୟବସାୟିକ ସଫଳତା ବଲିଉଡର ନାମୀ ନିର୍ଦ୍ଦେଶକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

Leave A Reply