‘ଜଡ’ କାହାଣୀକୁ ଚୋରିକରି ନିର୍ମିତ ହୋଇଛି ‘ବଧାଇ ହୋ’!

0

ନୂଆଦିଲ୍ଲୀ : ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’ ପ୍ରେକ୍ଷାଳୟରେ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଚଳଚ୍ଚିତ୍ର କାହାଣୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜଣେ ଲେଖକ ଏହି  ଅଭିଯୋଗ କରିଛନ୍ତି। ଛତିଶଗଡର ଲେଖକ ତଥା ସାମ୍ବାଦିକ ପାରିତୋଷ ଚକ୍ରବର୍ତ୍ତୀ ‘ବଧାଇ ହୋ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ନିର୍ମାତା ଏବଂ ଲେଖକ କାହାଣୀ ଚୋରି କରିଥିବା ଅଭିଯୋଗ କରିଛନ୍ତି। ପାରିତୋଷ ଚକ୍ରବର୍ତ୍ତୀ ଏହି ତିନିଜଣଙ୍କ ବିରୋଧରେ ରାୟପୁର ପଣ୍ଡରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ୧୯ ବର୍ଷ ପୂର୍ବରୁ ପ୍ରକାଶିତ କାହାଣୀ ‘ଘର ବୁନତେ ହୁଏ’ରେ ଥିବା ‘ଜଡ’ ନାମକ କାହାଣୀକୁ ଚୋରି କରି ‘ବଧାଇ ହୋ’ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଥିବା ସେ ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି ୧୯୯୮ ରେ ‘ଆନନ୍ଦ ବଜାର ପ୍ରତିକା’, ହିନ୍ଦି ସାପ୍ତାହିକ ପତ୍ରିକା ‘କାଦମ୍ବିନୀ’ରେ ମଧ୍ୟ ‘ଜଡ’ କାହାଣୀ ବଙ୍ଗଳା ଏବଂ ହିନ୍ଦି ଭାଷାରେ ଅନୁବାଦ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ୧୮ ଅକ୍ଟୋବରରେ ମୁକ୍ତିଲାଭ କରାଯାଇଥିବା ବଧାଇ ହୋ ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନା, ନିନା ଗୁପ୍ତା, ସାନ୍ୟା ମଲହୋତ୍ରା ଆଦି କଳାକାର ଅଭିନୟ କରିଥିବା ଦେଖିବାକୁ ମିଳିଛି।

Leave A Reply