ବିପୁଳ ପରିମାଣର ଶାଳକାଠ ଜବତ ; ୪ ଗିରଫ

0

ବଡବିଲ : କେନ୍ଦୁଝର ଜିଲା ରୁଗୁଡି ପୁଲିସ ଦ୍ୱାରା ଏକ ଚଢଉରେ ବିପୁଳ ପରିମାଣର ଶାଳକାଠ ଜବତ ହୋଇଛି। ଏହି ଚଢଉରେ ଦୁଇଟି ଚାରିଚକିଆ ଯାନ ସମେତ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ଝାଡଖଣ୍ଡ ରାଜ୍ୟର ଗିରଧି ଜିଲା ଅନ୍ତର୍ଗତ ଭାସକୁରି ଅଂସାରୀ ଏବଂ ଏହମଦ ଆସନ। ଏହାବ୍ୟତୀତ ବିସ୍ରାନଗରର ସଜୀବ ପ୍ରଜାପତି ଏବଂ ଘଟଗାଁର ଏସ୍‍. କେ. ସଲିମକୁ ମଧ୍ୟ ଗିରଫ କରାଯାଇଛି।

Leave A Reply