ଫାଇନାନ୍ସ କର୍ମଚାରୀଙ୍କ ପାଖରୁ ୭୦ହଜାର ଟଙ୍କା ଲୁଟ!

ବଡ଼ସାହି : ମାଣତ୍ରୀ-ବୈଶିଙ୍ଗା ରାସ୍ତାର ପ୍ରତିମାଦେଇପୁର ସ୍କୁଲ ନିକଟରେ ରବିବାର ଜଣେ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଋଣ ଟଙ୍କା ଆଦାୟ କରି ବାଇକ ଯୋଗେ ଫେରୁଥିବାବେଳେ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ଚମ୍ପଟ ମାରିଥିବାନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ,  ଅନ୍ନପୂର୍ଣ୍ଣା ଫାଇନାନ୍ସ ସଂସ୍ଥାର ୨ଜଣ କର୍ମଚାରୀ ସ୍ୱୟଂସହାୟିକା ଗୋଷ୍ଠୀଙ୍କ ପାଖରୁ ଋଣ ଟଙ୍କା ଆଦାୟ କରି ବାଇକ ଯୋଗେ ବୈଶିଙ୍ଗା ଫେରୁଥିବା ବେଳେ ପଛରୁ ପିଛାକରି ୨ଜଣ ଦୁବୃର୍ତ୍ତ ପ୍ରତିମାଦେଇପୁର ସ୍କୁଲ ପାଖ ରାସ୍ତାରେ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ମାଣତ୍ରୀ ପଟକୁ ଫେରି ଚମ୍ପଟ ମାରିଥିଲେ। ବ୍ୟାଗରେ ୭୦ହଜାର ଟଙ୍କା ଥିଲା ବୋଲି ସେମାନେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ତେବେ ପୁଲିସ ଲୁଟ ଘଟଣା ଖବର ପାଇ ଘଟଣାସ୍ଥଳ ପରିଦର୍ଶନ ସାଙ୍ଗକୁ କର୍ମଚାରୀ ଦ୍ୱୟଙ୍କ ବୟାନ ସଂଗ୍ରହ କରି ତଦନ୍ତ ଜାରି ରଖିଛି। ତେବେ ରବିବାର ବ୍ୟାଙ୍କ ଛୁଟି ଥିବା ବେଳେ ଏତେ ପରିମାଣର ଟଙ୍କା ସଂଗ୍ରହ କରିବା ସନ୍ଦେହ ସୃଷ୍ଟି କରିଛି।

Comments are closed.