ବଡସାହିରେ ବିଶ୍ୱ ଶୌଚାଳୟ ଦିବସ ପାଳିତ

ବଡ଼ସାହି: ଜିଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ ସୋମବାର ବଡ଼ସାହି ବ୍ଳକ ପ୍ରଶାସନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ହୋଇଯାଇଛି।ଶତାଧିକ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ଏସଏସଜି ଗ୍ରୁପର ଶତାଧିକ ମହିଳା ଓ ପ୍ରଶାସନିକ ଅଧିକାରୀମାନେ ଅଂଶଗ୍ରହଣ କରି ବହୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଗାନ୍ଧି ଛକ ଠାରୁ ଡ଼ାହିସାହି ପର୍ଯ୍ୟନ୍ତ ଏକ ମିନି ମାରାଥନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ବାଇକ ରାଲି ଓ ମାନବ ଶୃଙ୍ଖଳ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ସେହିପରି ପ୍ରତି ପଞ୍ଚାୟତରେ ଛାତ୍ରଛାତ୍ରୀ ରାଲିରେ ଗାଁ ପରିକ୍ରମା କରି ପ୍ଲା-କାର୍ଡ଼ ଓ ସ୍ଳେଗାନ ମାଧ୍ୟମରେ ସଚେତନ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣଙ୍କ ସହିତ ସିଧାସଳଖ ଆଲୋଚନାରେ ଖୋଲା ମଳମୁକ୍ତକୁ ବିରୋଧ କରାଯାଇଥିଲ।। ପ୍ରତ୍ୟେକଙ୍କ ଘରେ ନିର୍ମାଣ କରାଯାଇଥିବା ଶୌଚାଳୟ ବ୍ୟବହାର ପାଇଁ ସମସ୍ତେ ଶପଥ ନେଇଥିଲେ।

Comments are closed.