ଦେଉଳିଆ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବଡ଼ସାହି : ଦେଉଳିଆ ନୋଡ଼ାଲ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଉଳିଆ କ୍ଳଷ୍ଟର ଅଧୀନରେ ଥିବା ୧୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ସିନିଅର ଓ ଜୁନିଅର ଦୁଇଟି ବିଭାଗରେ ତର୍କ, ପ୍ରବନ୍ଧ, ସଙ୍ଗୀତ, କୁଇଜ, ଚିତ୍ରାଙ୍କନ, ଶ୍ରୁତଲିଖନ ଓ ସୃଜନାତ୍ମକ ଲିଖନ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏବିଇଓ ବାବାଜୀ ଚରଣ ବେହେରା, ସମ୍ମାନିତ ଅତିଥି ଭାବେ ଏବିଇଓ ପଦ୍ମଲୋଚନ ଦାସ, ସୋମନାଥ ଦାସ ଓ ପଟିସାରୀ ଉନ୍ନୀତ ମଇ ସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ ତରେଇ ପ୍ରମୁଖ ଉପସ୍ଥିତ ଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ସିଆର୍‍ସିସି ରାମକୃଷ୍ଣ ଜୀଉ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବିଭାକର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply