ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : ୩ ଗିରଫ

0

ବଡ଼ସାହି : ମଉସା ଘରକୁ ବୁଲିବାକୁ ଆସିଥିବା ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଡ଼ସାହି ପୁଲିସ୍‍ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ଭୀମଦା ପଞ୍ଚାୟତ ଟିକାୟତପୁର ଗ୍ରାମର କୁଶ ଓରଫ ମୋତି ବିନ୍ଧାଣୀ(୩୫), କାନ୍ଦରା ରଣା(୩୫) ଓ ତାଙ୍କର ପତ୍ନୀ ସରସ୍ୱତୀ(୩୨)। ସୂଚନାଯୋଗ୍ୟ ରେମୁଣା ଥାନା ନୂଆପାଢ଼ୀ ଅଞ୍ଚଳର ଜଣେ ବିବାହିତା ମହିଳା ତାଙ୍କ ମଉସା ଘରକୁ ବୁଲିବାକୁ ଆସିଥିଲେ। ଅକ୍ଟୋବର ୩୦ତାରିଖ ଅପରାହ୍ଣ ୨ଟା ସମୟରେ ଅଭିଯୁକ୍ତ କାନ୍ଦରା ଓ ତାଙ୍କ ପତ୍ନୀ ଖାଇବାକୁ ମହିଳା ଜଣଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିଥିଲେ। ସେଠାରେ ମୁଖ୍ୟ ଅଭିଯୁକ୍ତ କୁଶ ସମେତ ସେହି ଗ୍ରାମର ରାଜୁ ରଣା, ମିଲୁ ବିନ୍ଧାଣୀ ଓ ଚେମା ସାନ୍ତରା ମଧ୍ୟ ଖିଆପିଆ କରିଥିଲେ। ପୀଡ଼ିତାଙ୍କ କହିବାନୁଯାୟୀ ଖାଇବା ଘର ସଫାସୁତରା କରିବା ସମୟରେ କୁଶ ଘର ଭିତରକୁ ପଶିଥିଲେ। ସେହି ସମୟରେ ବାହାର ପଟୁ କେହି କବାଟ ବନ୍ଦ କରି ଦେବାରୁ ମହିଳା ଜଣଙ୍କ ଖୋଲିବା ପାଇଁ ପାଟି କରିଥିଲେ। ତେବେ କେହି କବାଟ ଖୋଲି ନଥିଲେ। ତେବେ ଚିତ୍କାର କରିବା ପରେ କବାଟ ଖୋଲିବାରୁ ପୀଡ଼ିତା ବାହାରକୁ ଆସିବା ବେଳେ କୁଶଙ୍କ ପତ୍ନୀ ଓ ମା’ ଓଲଟି ତାଙ୍କ ଦୋଷ ଦେଇ କାଠ ଫାଳିଆରେ ମାଡ଼ ମାରି ଆହାତ କରିଥିଲେ। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‍ ୮ଜଣଙ୍କ ନାମରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୀଡ଼ିତା ଓ ମୁଖ୍ୟ ଅଭିଯୁକ୍ତ କୁଶଙ୍କର ଡ଼ାକ୍ତରୀ ମାଇନା କରାଯାଇଛି। ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ଜଣାପଡ଼ିଛି।

Leave A Reply