ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ବଡ଼ସାହି : ସ୍ଥାନୀୟ ପୁଲିସ ବଡ଼ସାହି-ମାଣତ୍ରୀ ରାସ୍ତାର ମାରକୁଣ୍ଡି ନିକଟ ଶାଳଜଙ୍ଗଲରୁ ଜଣେ ନାବାଳିକାର ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି। ନାବାଳିକା ଜଣକ କେନ୍ଦୁଡ଼ିହା ଗ୍ରାମର ସ୍ୱର୍ଗତ ମାଧୁରୀ ମହାକୁଡ଼ଙ୍କ ଝିଅ ପ୍ରତିମା (୧୪)। ପରିବାରର ଅଭାବ ଅନଟନ ପାଇଁ ଦୀର୍ଘଦିନ ଧରି ସେ କଟକରେ ରହି କାମ କରୁଥିଲେ। ତିନିଦିନ ତଳେ ଘରକୁ ଫେରିଥିବା ବେଳେ ପାରିବାରିକ ଝଗଡ଼ାରୁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇ ତଦନ୍ତ ଚଳାଇଛି।

Leave A Reply