ଚିନି ଭାବି ୟୁରିଆ ଖାଇ ୪ଶିଶୁ ଗୁରୁତର

ବଡ଼ସାହି: ମୟୁରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଅଧୀନ ପ୍ରତାପପୁର ପଞ୍ଚାୟତର ବରପଡା ଗ୍ରାମର ୪ଜଣ ଶିଶୁ ୟୁରିଆ ସାର ଖାଇ ଗୁରୁତର ଅସୁସ୍ଥ ହୋଇଛନ୍ତି । ରିପୋର୍ଟ ଲେଖା ଯିବା ବେଳକୁ ସମସ୍ତେ ବାରିପଦା ମେଡ଼ିକାଲ କଲେଜ ଓ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଜଣଙ୍କର ଅବସ୍ଥା ଉଦବେଗ ଜନକ ରହିଛି । ବୁଧବାର ସନ୍ଧ୍ୟାରେ ଜଗନ୍ନାଥ ନାଏକ ଓ ଭାଇ ସରୋଜ ନାଏକଙ୍କ ୪ପୁଅ ଝିଅ ନମିତା(୮), ବାଦଲ(୬), ରିମା(୫) ଓ ଦେଢବର୍ଷ ଶିଶୁ ପୁତ୍ର ସତ୍ୟବ୍ରତ କୌଣସି କାରଣରୁ ଘରେ ଥିବା ୟୁରିଆ ସାରକୁ ଚିନି ଭାବି ଖାଇଦେବାରୁ ଗୁରୁତର ଅସୁସ୍ଥ ହୋଇଥିଲେ । ପରିବାର ଲୋକ ଜାଣି ତୁରନ୍ତ ମେଡିକାଲକୁ ନେଇଥିଲେ ।

Comments are closed.