ବଡ଼ସାହିରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କୁଆପଥର, ଘଡଘଡି ସହ ପ୍ରବଳ ବର୍ଷା ହୋଇଯାଇଛି । ପ୍ରାୟ ୫ଟା ସମୟରେ ଏହା ଆରମ୍ଭ ହୋଇଥିଲା । ୨୦ମିନିଟ ମଧ୍ୟରେ ଘଡ଼ଘଡ଼ି ଓ କୁଆପଥର ମାଡ଼ ଦେଖି ସମସ୍ତେ ପ୍ରମାଦ ଗଣିଥିଲେ । ଏଥି ପାଇଁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଧନଜୀବନ କ୍ଷୟକ୍ଷତିର ଖବର ନାହିଁ । ତେବେ ଏହି ବର୍ଷ ଦ୍ବାରା ମାଣତ୍ରୀ ଜାଗର ମେଳା ଉଠା ଦୋକାନୀ ପ୍ରଭାବିତ ହୋଇଛନ୍ତି । ଖାଲୁଆ ସ୍ଥାନ ଜଳମଗ୍ନ ହୋଇଥିବା ସୂଚନା ମିଳିଛି।

Comments are closed.