ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ

0

ବଡ଼ସାହି : ବଡସାହି ବାଥୁଡିବନ୍ଧ ଗ୍ରାମର ଜଣେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବରଅନୁସାରେ ଶୁକ୍ରବାର ବାଥୁଡିବନ୍ଧ ଗ୍ରାମର ବିନୋଦ ନାଏକ(୪୦)ଙ୍କ ବଡ଼ସାହି ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତ ଯୁବକ ଜଣଙ୍କ ଡାଇରିଆ ରୋଗରେ ଆକ୍ରାନ୍ତ ହେବାରୁ ପରିବାର ଲୋକେ ଗୁରୁବାର ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଦିନ ୧୧ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ବିଳମ୍ବିତ ଚିକତ୍ସା ପାଇଁ ବିନୋଦଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରାଯାଇ ନାହିଁ ବୋଲି ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ନାରାୟଣ ବେହେରା କହିଛନ୍ତି। ମୃତକ ଜଣକ ମାସକ ପୂର୍ବରୁ ଛାତରୁ ଖସିପଡି ଗୁରୁତର ଆହାତ ହୋଇଥିଲେ। ଡ଼ାଇରିଆ ପାଇଁ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁର କାରଣ ହୃଦଘାତ ଜନିତ ହୋଇଥାଇ ପାରେ ବୋଲି ଡାକ୍ତର ନାରାୟଣ ବେହେରା ପ୍ରକାଶ କରିଛନ୍ତି। ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ। ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ଓ କଂଗ୍ରେସ ଯୁବ ନେତା ଶଶାଙ୍କ ଶେଖର କର ଡାକ୍ତରଖାନାରେ ପହଞ୍ଚି ଶୋକାକୁଳ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Leave A Reply