ଚୋରା ଶାଳକାଠ ବୋଝେଇ ଭ୍ୟାନ ସମେତ ବାଇକ ଜବତ

ବଡ଼ସାହି : ମୟୁରଭଞ୍ଜ ଜିଲା କୋଚିଳାଖୁଣ୍ଟା ପଞ୍ଚାୟତର ବାଘମରା ଜଙ୍ଗଲ ନିକଟରୁ ଏକ ଶାଳକାଠ ବୋଝେଇ ପିକ୍‍ଅପ୍‍ ଭ୍ୟାନ ସମେତ ଗୋଟିଏ ବାଇକକୁ ସୋମବାର ରାତିରେ ବେତନଟୀ ରେଞ୍ଜ ବନବିଭାଗ ଜବତ କରିଛି। ଚୋରାକାଠ ଚାଲାଣନେଇ ବନବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସୋମବାର ରାତି ପ୍ରାୟ ୧୨ଟାରେ ବନବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ଶାଳକାଠ ବୋଝେଇ ପିକଅପ୍‍ ଭ୍ୟାନ ନଂ(ଓଆର-୧୧ବି-୨୦୨୦) ସମେତ ଗୋଟିଏ ବାଇକ(ଓଆର୍‍-୦୧ଏସ-୫୯୫୩)କୁ ଜବତ କରିଥିଲେ। ଅନ୍ଧାରର ସୁଯୋଗ ନେଇ କାଠ ଚୋରମାନେ ଫେରାର ହୋଇଯାଇଥିଲେ। ଚୋରା କାଠ ବଜାରମୁଲ୍ୟ ୫୦ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ।

Comments are closed.