ଆର୍ନ୍ତଜାତୀୟ ବୟସ୍କ ଦିବସ ପାଳିତ

0

ବଡ଼ସାହି : ସୋମବାର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆର୍ନ୍ତଜାତୀୟ ବୟସ୍କ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ଏଥିରେ ଦିବସ ପାଳନର ଗୁରୁତ୍ୱ ଓ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। କ୍ୟାନସର, ଡାଇବେଟିସ, ଉଚ୍ଚ ରକ୍ତଚାପ ଓ ଅଣସଂକ୍ରମଣ ରୋଗ ସମ୍ପର୍କରେ ଆଲୋଚନା କରାଯାଇ ଏହାର ପ୍ରତିକାର ବାବଦରେ ଦିଗ୍‍ଦର୍ଶନ ଦିଆଯାଇଥିଲା। ଉପସ୍ଥିତ ଥିବା ସମସ୍ତଙ୍କର ମାଗଣା ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସନତ କୁମାର ଦାଶ ଓ ପିଏଚଇଓ ଦୀପ୍ତିମୟୀ ଜେନା ଉପସ୍ଥିତ ରହି ଆଲୋଚନା କରିଥିଲେ। ବସନ୍ତ କୁମାର ମହାପାତ୍ର, ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ବିପିଏମ୍‍ କମଳ ଲୋଚନ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply