ଦୁଇ ବାଲି ବୋଝେଇ ହାଇୱା ଜବତ

0

ବଡ଼ସାହି : ବଡ଼ସାହି ପୁଲିସ୍‍ ୨ଟି ବାଲି ବୋଝେଇ ହାଇୱା ଜବତ କରିଛି। ହାଇୱା ନମ୍ବର (ଓଡି୦୧ଏକ୍ସ-୦୯୭୨ ଏବଂ ଓଡି୦୧ଏଏ-୦୯୭୨) ଦୁଇଟି ଉଦଳା-ବୈଶିଙ୍ଗା ରାସ୍ତାରେ ଯାଉଥିବା ବେଳେ ଭୀମଦା ନିକଟରେ ପୁଲିସ୍‍ ଅଟକ ରଖି ପରମିଟ ଯାଞ୍ଚ କରିଥିଲା। ଉଦଳା ତହସିଲ କାର୍ଯ୍ୟାଳୟର ଷ୍ଟାମ୍ପ ଲାଗିଥିବା ଦୁଇଟି ପରମିଟରେ ପରିବହନ ସମ୍ପର୍କରେ କୌଣସି ତଥ୍ୟ ଲେଖାଯାଇନଥିବା ବେଳେ ପରିବହନ ତାରିଖକୁ ଜାଲ୍‍ କରିଥିବା ଦେଖିବାକୁ ମିଳିଥିଲା। କାଗଜପତ୍ରରେ ଜାଲିଆତି ଓ ଓଭର ଲୋଡିଂ ପାଇଁ ମୟୂରଭଞ୍ଜ ପରିବହନ ବିଭାଗ ଓ ବଡ଼ସାହି ତହସିଲଦାରଙ୍କୁ ଯାଞ୍ଚ ପାଇଁ ପୁଲିସ ଅବଗତ କରିଛି।
ପ୍ରକାଶ ଥାଉ କି, କିଛି ଦିନ ଧରି ଏହି ବ୍ଳକର ବିଭିନ୍ନ ରାସ୍ତା ଦେଇ ଚୋରାରେ ବାଲି ପଥର ଚାଲାଣ କରୁଥିବା ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି। ବିଭିନ୍ନ ସୈରାତରୁ ଓଭର ଲୋଡିଙ୍ଗ ସାହାଯ୍ୟରେ ଡମ୍ଫର ଓ ହାଇୱା ପରି ଭାରୀଯାନ ଯୋଗେ ଚାଲାଣ ହେଉଥିବା ନେଇ ସମାଜରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।

Leave A Reply