ପୋଖରୀରେ ବୁଡି ୩ ବର୍ଷର ଶିଶୁକନ୍ୟା ମୃତ

0

ବଡ଼ସାହି : ଦୁର୍ଗାପୁର ପଞ୍ଚାୟତ, ଆଗୁଆଡ଼ ଠାରେ ଥିବା ଏକ ଇଟାଭାଟିରେ କାର୍ଯ୍ୟ କରୁଥିବା ଦମ୍ପତ୍ତିଙ୍କ ୩ବର୍ଷର ଶିଶୁକନ୍ୟା ସୁହାନି ଖାତୁନର ସଲିଳ ସମାଧି ଘଟିଛି। ପିତାମାତାଙ୍କ ଅଜାଣତରେ ସେ ଖାଲରେ ଥିବା ପାଣିରେ ବୁଡି ଚେତାଶୂନ୍ୟ ହୋଇପଡ଼ିଥିଲା। ସଙ୍ଗେସଙ୍ଗେ ପରିବାର ଲୋକେ ବେତନଟୀ ଡ଼ାକ୍ତରଖାନାକୁ ନେଇଥିଲେ ହେଁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ୍‍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତା ଶିଶୁ କନ୍ୟାର ବାପା ରହିମ ଆନସାରୀ ପରିବାର ସହିତ ଝାଡ଼ଖଣ୍ଡର ଗୁଡ଼ଦା ଜିଲା, ପଚୁଖି ଗ୍ରାମରୁ ଆସି ଏହି ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି।

Leave A Reply