ବଡ଼ସାହି ବିଧାୟକ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବିଧାୟକ ସନାତନ ବିଜୁଳି ଶନିବାର ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଳମାସ୍ଥିତ ବାସଭବନରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ହେବ ସେ ଜ୍ବରରେ ପୀଡିତ ଥାଇ କୋଭିଡ ପରୀକ୍ଷା କରିଥିଲେ। ବେତନଟୀ ଡାକ୍ତରଖାନାରେ ହୋଇଥିବା ଉଭୟ ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷାରେ ରିପୋର୍ଟ ଯଦିଓ ନେଗେଟିଭ ଆସିଛି, ପରନ୍ତୁ ସେ ଦୁର୍ବଳ ଅନୁଭବ କରିଥିଲେ। ତାଙ୍କର ପଲ୍ସ ରେଟ୍ କମ ଥିବାରୁ ଡାକ୍ତରଙ୍କ ପରାମର୍ଶରେ ସନ୍ଧ୍ୟାରେ ତୁରନ୍ତ ଏମ୍ସ ଯିବାକୁ ପଡିଛି। ଖବର ପ୍ରଚାରିତ ହେବା ପରେ ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।

Comments are closed.