ବଡ଼ସାହି କଲେଜର ୪୧ତମ ପ୍ରତିଷ୍ଠାତା ଦିବସ

0

ବଡ଼ସାହି : ଶୁକ୍ରବାର ବଡ଼ସାହି କଲେଜର ୪୧ତମ ପ୍ରତିଷ୍ଠାତା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର ସୁବାସ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ରାଜକିଶୋର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଫେସର ଯତୀନ୍ଦ୍ର ନାଥ ବସା, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ପ୍ରବୋଧ କୁମାର ମହାପାତ୍ର, ଡକ୍ଟର ପ୍ରକାଶ ଚନ୍ଦ୍ର ମହାପାତ୍ର ଓ ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। କଲେଜର ଉପାଧ୍ୟକ୍ଷ ହରିହର ଜେନା କଲେଜର ଇତିବୃତି ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିଗଣ ‘ସେମାନଙ୍କ ନଜରରେ ବଡ଼ସାହି କଲେଜ’ ସମ୍ପର୍କୀତ ନିଜସ୍ୱ ଉଦ୍‍ବୋଧନ କାର୍ଯ୍ୟକ୍ରମକୁ ରୁଦ୍ଧିମନ୍ତ କରିଥିଲା। ଏହି ଅବସରରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ ନାୟକ ଓ ପ୍ରତିଷ୍ଠାତା ସଦସ୍ୟ ଭାବେ ସୁବୋଧ କୁାମର ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପ୍ରତିଷ୍ଠାତା ସ୍ୱର୍ଗତ ଅନାଦୀ ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନାଦି ଚରଣ ଦାସ ମେମୋରିଆଲ ଶ୍ରେଷ୍ଠ ସ୍ନାତକ ଛାତ୍ର ବିଭୁ ପ୍ରଦାନ ମିଶ୍ରଙ୍କୁ ମାନପତ୍ର ଓ ମେଧାବୃତ୍ତି ପ୍ରଦାନ କରାଯାଇ ସମ୍ପର୍ଦ୍ଧିତ କରାଯାଇଥିଲା। ଦ୍ୱିତୀୟ ଶ୍ରେଷ୍ଠ ସ୍ନାତକ ଭାବେ ସୌଭାଗ୍ୟବତୀ ରାଉତ ଓ +୨ କଳା ବିଭାଗର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ହରିହର ମୋମୋରିଆଲ ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ଡକ୍ଟରେଟ ଲାଭ କରିଥିବା ଓଡିଆ ଅଧ୍ୟାପିକା ଡକ୍ଟର ରିତୁଲତା ବିଶ୍ୱାଳଙ୍କୁ ମଧ୍ୟ ଏହି ଅବସରରେ ସମ୍ପର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ କୁମୁଦ ଚନ୍ଦ୍ର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିନୋଦ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Leave A Reply