ବଡ଼ସାହି କେଜିବିଭିରେ ଜାତୀୟ ଏକତା ଦିବସ ପାଳିତ

0

ବଡ଼ସାହି : ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି) ଓ ଉପ୍ରା ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବୁଧବାର ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଗିରି ପୌରହିତ୍ୟ କରିଥିଲେ। ଶ୍ରୀଯୁକ୍ତ ପଟେଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଖେଳ ଶିକ୍ଷକ ଧର୍ମେନ୍ଦ୍ର କୁମାର ପଣ୍ଡା ପିଲାମାନଙ୍କୁ ଏକତା ବଜାୟ ରଖିବାକୁ ଶପଥ ପାଠ କରାଇଥିଲେ। ଏକତା ହିଁ ବଳର ଉଦାହରଣ ଦେଇ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀଗଣ ନିଜର ବକ୍ତବ୍ୟ ମାଧ୍ୟମରେ ପିଲାଙ୍କୁ ଉପଦେଶ ଦେଇଥିଲେ।

Leave A Reply