ଦାସାଏଁ ନାଚ ପ୍ରତିଯୋଗିତା ଅନୁଷ୍ଠିତ

0

ବଡ଼ସାହି : ଡୁକୁରା ମୁକାମ୍‍ ଠାରେ ପ୍ରଥମ ବାର୍ଷିକ ଦାସାଏଁ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଲୋପ ପାଇ ଯାଉଥିବା ଦାସାଏଁ ନାଚକୁ ଉଜ୍ଜୀବିତ ରଖିବା ଉଦେଶ୍ୟରେ ଭଞ୍ଜଦିଶମ ପାର୍ଗାନ ମହଲ ଡୁକୁରା ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାଚର ଉଦେଶ୍ୟ ଓ ତା’ର ମର୍ମ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାପରେ ପ୍ରତିଯୋଗୀ ଦଳ ପାରମ୍ପାରିକ ବାଦ୍ୟଯନ୍ତ୍ର ଓ ବେଶଭୂଷାରେ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିଯୋଗିତାରେ ନୂଆଗାଁ ଦଳ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ପାଇଥିଲେ। ପାର୍ଗାନ ମହଲର ସନାତନ ମୁର୍ମୁୁ, ସୂର୍ଯ୍ୟାନନ୍ଦ ମୁର୍ମୁୁ, ରଘୁନାଥ ମୁର୍ମୁ ଓ ଶ୍ୟାମସୁନ୍ଦର ର୍ହାସଦାଃ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply