ବାଲିବୋଝେଇ ଡ଼ମ୍ପର-ଗୋରୁ ବୋଝେଇ ଭ୍ୟାନ ମୁହାଁମୁହିଁ ଧକ୍କା:୪ଗୁରୁତର ଓ ୨ବଳଦ ମୃତ

ବଡ଼ସାହି: ମଙ୍ଗଳବାର ସନ୍ଧ୍ୟା ୮ଟା ୩୦ମିନିଟ ସମୟରେ ବଡ଼ସାହି-ବେତନଟୀ ରାସ୍ତାର ଘୁଷୁରିଆ ନିକଟରେ ଏକ ବାଲି ବୋଝେଇ ଡ଼ମ୍ପର ସହିତ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ବାରିପଦା ଡ଼ାକ୍ତରଖାନାକୁ ପଠାଯାଇଛି। ଡ଼ମ୍ପରଟି ବାଲିବୋଝେଇ କରି ବେତନଟୀ ଅଭିମୁଖେ ଯାଉଥିବା ବେଳେ ଭ୍ୟାନଟି ବିପରୀତ ଦିଗରୁ ବେଲପାଳକୁ ଆସୁଥିଲା। ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଭ୍ୟାନରେ ଥିବା ୨ଟି ବଡ଼ ବଳଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡ଼ମ୍ପର ଚାଳକ ଚାପି ହୋଇ ରହିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଜେସିବିରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଆହାତଙ୍କ ମଧ୍ୟରୁ ଗୋରୁ ବ୍ୟବସାୟୀ ବେଲପାଳ ଗ୍ରାମର ଭାଗିରଥି ଦଣ୍ଡପାଟ ଓ ଚକ୍ରଧର ଦଣ୍ଡପାଟ ଥିବା ବେଳେ ଭ୍ୟାନରେ ଥିବା ଅନ୍ୟ ଜଣେ ଓ ଡ଼ମ୍ପର ଚାଳକଙ୍କ ନାମ ମିଳିପାରିନି। ବଡ଼ସାହି ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

Comments are closed.