ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଡ଼ସାହି :ମୟୁରଭଞ୍ଜ ଜିଲା ବଡ଼ସାହି ଥାନାଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ହରିପୁର ରାସ୍ତା ପାର୍ଶ୍ବ ଠାକୁରାଣୀ ପୀଠ ନିକଟ ଏକ ଗଛରୁ ବୁଧବାର ଜଣେ ଯୁବତୀଙ୍କ ଝୁଲନ୍ତା ମୄତଦେହ ଉଦ୍ଧାର କରାଯାଇଛି। ଆଜି ଅପରାହ୍ନରେ ଗ୍ରାମବାସୀମାନେ ଦେଖି ପୁଲିସକୁ ଖବର ଦେଇଥିଲେ। ମୄତକଙ୍କର ପରିଚୟ ମିଳି ନ ଥିବା ବେଳେ ବଡ଼ସାହି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀ ସହାୟତାରେ ଗଛରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ପୂର୍ବକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଗୁରୁବାର ଶବବ୍ୟବଚ୍ଛେଦ ପାଇଁ ପଠାଯିବ। ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଗଛକୁ ଚଢି ଡାଳରେ ନିଜ ଚୁନୁରିରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଗଛ ତଳେ ଏକ ବ୍ୟାଗ ମଧ୍ୟ ମିଳିଛି ।

Comments are closed.