ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବଡ଼ସାହି: ଦୁର୍ଗାପୁର ପଞ୍ଚାୟତ ଗୋବରାଶୋଳ-ଟିକରପଡ଼ା ସଂରକ୍ଷିତ ଜଙ୍ଗଲରୁ ବଡ଼ସାହି ପୁଲିସ ରବିବାର ଜଣଙ୍କର ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର କରିଛି। ଜଙ୍ଗଲକୁ ପତ୍ର ଗୋଟାଇବା ପାଇଁ ଯାଇଥିବା ଗ୍ରାମବାସୀ ମୃତହେହ ଝୁଲଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଶାଳ ଗଛ ନାଳରେ ଗାମୁଛାରେ ଫାଶ ପକାଯାଇ ମୃତଦେହଟି ଝୁଲୁଥିଲା। ବ୍ୟକ୍ତି ଜଣଙ୍କର ବୟସ ଆନୁମାନିକ ୪୦ବର୍ଷ ହେବ। କଳାଧଳା ରଙ୍ଗର ହାଫ ସାର୍ଟ ଓ ଏକ ନାଲି ଧଳା ରଙ୍ଗର ଗାମୁଛା ସେ ପିନ୍ଧିଥିଲେ। ଶବରେ ପୋକ ସାଲୁବାଲୁ ହେଉଥିବାରୁ ମୃତ୍ୟୁ ୪/୫ଦିନ ତଳେ ହୋଇଥିବା ଅନୁମାନ କରାଯାଉଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହା ଜଣାପଡ଼ିନାହିଁ। ମୃତକଙ୍କ ପରିଚୟ ମଧ୍ୟ ମିଳିନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି।

Comments are closed.