ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ

ବଡ଼ସାହି  : ମୟୁଭଞ୍ଜ ଜିଲା ଚନ୍ଦନପୁର ପଞ୍ଚାୟତର ଟୁଣାଗମ୍ଭାରିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ଟୁଣାଗମ୍ଭାରିଆ ଗ୍ରାମର ଶୁକ୍ରା ସିଂଙ୍କ ପୁଅ ଜଗା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ଜାନୁଆରୀ ୫ତାରିଖରେ ଘରେ ଏକୁଟିଆ ଥିବା ସୁଯୋଗ ନେଇ ଅଭିଯୁକ୍ତ ଜଗା ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିଥଲେ। ଏନେଇ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଏକ ବଳାତ୍କାର ମାମଲା ରୁଜୁ କରି ଜଗାକୁ ଗିରଫ କରିଛି। ଶନିବାର ଉଭୟଙ୍କର ଡ଼ାକ୍ତରୀ ମାଇନା କରାଯାଇଛି। ରବିବାର ଜଗାଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed.