ଡା.କୁମାର ବାବୁଲିଙ୍କୁ ଯୁବ ମୟୂରଭଂଜିଆ’ ସମ୍ମାନ

0

ବଡ଼ସାହି : ବାରିପଦା ଛଉପଡିଆରେ ଅନୁଷ୍ଠିତ ହୋଇଥିବା ସପ୍ତମ ମୟୂରଭଞ୍ଜ ପୁସ୍ତକ ମେଳାର ଉଦ୍‍ଯାପନୀ ହୋଇଛି। ସନ୍ଧ୍ୟାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ବାଣୀପୀଠ ତଥା ଆମ ସୁନାଚାନ୍ଦର ସମ୍ପାଦକ ଡାକ୍ତର କୁମାର ବାବୁଲିଙ୍କୁ ଭଞ୍ଜଦୂତ ବିତନୁ ନାୟକଙ୍କ ସ୍ମୃତିରେ ଯୁବ ମୟୂରଭଞ୍ଜିଆ ସମ୍ମାନରେ ସମ୍ମାନୀତ କରାଯାଇଛି। ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଶିଶୁ ସାହିତ୍ୟିକ, ବ୍ୟଙ୍ଗକାର, ସଫଳ ସଙ୍ଗଠକ, ସମ୍ପାଦକ ଓ ସାମ୍ବାଦିକ ଅଟନ୍ତି। ତାଙ୍କର ଏ ବିରଳ କୃତିତ୍ୱ ପାଇଁ ମଞ୍ଚରେ ଉପସ୍ଥିତ ଥିବା ସଭାପତି ପଦ୍ମନାଭ ସାହୁ, ମୁଖ୍ୟଅତିଥି ବରିଷ୍ଠ ସାମ୍ବାଦିକ ଡକ୍ଟର ବିଜୟ କୁମାର ଅଗ୍ରୱାଲା, ମୁଖ୍ୟବକ୍ତା ଡକ୍ଟର ବୀଣାପାଣି ଦାଶ, ସମ୍ମାନୀତ ଅତିଥି ମୟୂରଭଞ୍ଜ ଅତିରିକ୍ତ ଏସ୍‍ପି ଜୟରାମ ଶତପଥୀ ଓ ବିଶିଷ୍ଟ ମଞ୍ଚ ନିର୍ଦ୍ଦେଶକ ଧୀର ବସା ତଥା ପୁସ୍ତକ ମେଳାର ସମ୍ପାଦକ ଇଂ ମନୋଜ ଦଳବେହେରା ଆଦି ଏହି ସମ୍ମାନ ପ୍ରଦାନ କରିଥିଲେ।

Leave A Reply