ବନସୁରକ୍ଷା ସମିତିର ହିତାଧିକାରୀଙ୍କୁ ମାଗଣା ଗ୍ୟାସ ବଣ୍ଟନ

0

ବଡ଼ସାହି : ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବାରିପଦା ବନଖଣ୍ଡ ଅଧୀନ ପିଠାବଟା ରେଞ୍ଜ ତଥା ବଡ଼ସାହି ବ୍ଲକର ବଣତାଳପଦା ଗ୍ରାମରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଗ୍ୟାସ ବଣ୍ଟନ କରାଯାଇଛି। ବନପାଳ ଦୀପକ କୁମାର ପାତ୍ରଙ୍କ ନେତୃତ୍ୱରେ ବନସୁରକ୍ଷା ସମିତିର ୩୭ଜଣ ହିତାଧିକାରୀଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ବିତରଣ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ପ୍ରଭାତୀ ପାତ୍ର, ସଂଯୋଜିକା ନିବେଦିତା ଗିରି, କର୍ମଚାରୀ ବିକାଶ କୁମାର ବାଗ୍‍ ଓ ସାନିକା ଏଣ୍ଟରପ୍ରାଇଜେସର ମୁଖ୍ୟ ଦିଲ୍ଲିପ କୁମାର ମହାନ୍ତି ଯୋଗଦେଇ ହିତାଧିକାରୀଙ୍କୁ ଗ୍ୟାସ ବ୍ୟବହାରର ଉପକାରିତା ଓ ସାବଧାନତା ସମ୍ପର୍କରେ କହିଥିଲେ।

Leave A Reply