ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

0

ବଡ଼ସାହି : ମୟୁରଭଞ୍ଜ ଜିଲା ବଡସାହି କାଦୁଆଲବନ୍ଧ ନାଳରୁ ନୟାବ୍ରଜନନ୍ଦନପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବା ଜଣାପଡିଛି। ବୃଦ୍ଧଙ୍କର ନାମ ଭୁଣ୍ଡା ମାରାଣ୍ଡି(୫୦)। ବୃଦ୍ଧ ଜଣକ ଶନିବାର ବାଲିଯୋଡା ହାଟକୁ ଫେରିବା ବାଟରେ ନିଶାଶକ୍ତ ଅବସ୍ଥାରେ ନାଳକୁ ଶୌଚ ହେବା ପାଇଁ ଯାଇଥିଲେ। ନାଳରେ ଗୋଡ ଖସିଯିବାରୁ ପାଣିରେ ବୁଡି ତାଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଦେହ ନାଳରେ ଭାସୁଥିବା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ଏ ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Leave A Reply