ମୋ ଆଶା ନୂଆ ଓଡିଶାକୁ ନେଇ ବିଜେପିର ପଦଯାତ୍ରା 

0

ବଡ଼ସାହି : ବଡ଼ସାହି ମଣ୍ଡଳ ୨୩ନମ୍ବର ଜୋନର ବିଜେପି ଯୁବ ସଭାପତି ବିଭୁତିଭୂଷଣ ମହାନ୍ତ ଓ ପଦଯାତ୍ରାର ପ୍ରମୁଖ କରୁଣାକର ମହାନ୍ତିଙ୍କ ନେତୃତ୍ୱରେ ଛେଳିଆ(କ) ପଞ୍ଚାୟତରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦଳର ଜିଲା ଉପସଭାପତି ସୁନିଲ କୁମାର ଦାଶ, ସନାତନ ବିଜୁଳି, ଯାମିନକାନ୍ତ ନାଏକଙ୍କ ସହିତ ଶତାଧିକ କର୍ମୀମାନେ ପଞ୍ଚାୟତର ପ୍ରତି ଗାଁକୁ ଯାଇ ଗ୍ରାମର ବିକାଶ ଓ ସ୍ୱାଭିମାନ ସହ ବଞ୍ଚିବା ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛନ୍ତି। ଆଗାମୀ ଦିନରେ ନୂତନ ଓଡିଶା ଗଠନ ପାଇଁଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଜନସାଧାରଣଙ୍କ ମତାମତ ଓ ପରାମର୍ଶ ନେଇଛନ୍ତି। ଶାସକ ବିଜେଡ଼ି ଦଳର ବିଫଳତାକୁ ଜନସାଧାରଣଙ୍କୁ ଜଣାଇଛନ୍ତି। ଏହା ଦ୍ୱାରା ବିଜେପି ପକ୍ଷରୁ କରାଯାଉଥିବା ‘ମୋ ଆଶା ନୂଆ ଓଡିଶା’ ଗଠନ କାର୍ଯ୍ୟକ୍ରମ ସଫଳ ହେବ ବୋଲି କର୍ମୀମାନେ ମତପ୍ରକାଶ କରିଛନ୍ତି।

 

Leave A Reply