ଆଶ୍ରମ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଘଟଣା

0

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଏକ ଆଶ୍ରମସ୍କୁଲ ଛାତ୍ରୀ ନିବାସର ୯ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଗୁରୁବାର ଥାନାରେ ଅଟକ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେଶ ନାଏକ(୩୧)ଙ୍କୁ ପୁଲିସ୍‍ କୋର୍ଟ ଚାଲାଣ କରିଛି। ପୀଡିତା ଛାତ୍ରୀର ମାଆଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୩୫୪(ଏ)/୫୦୬ ଓ ବାଳ ଅପରାଧ ଆଇନ ଦଫା ୧୦ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ କରିବା ପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପକ୍ଷରେ ଶୁକ୍ରବାର ଡ଼ିଡ଼ବ୍ଲୁଓ ସ୍ମୃତିରଞ୍ଜନ ସାମନ୍ତରାୟ ଓ ଯୌନ ନିର୍ଯ୍ୟାତନା ପ୍ରତିରୋଧକ ବ୍ଲକ କମିଟିର ଆବାହକ ଡ଼ବ୍ଲୁଇଓ ମଧୁଛନ୍ଦା ଗିରିଙ୍କ ନେତୃତ୍ୱରେ ସିଡ଼ିପିଓ, ସୁପରଭାଇଜର, ଏଏନ୍‍ଏମ୍‍ ଓ ବରିଷ୍ଠ ଶିକ୍ଷୟିତ୍ରୀ ସ୍କୁଲରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଛାତ୍ରୀନିବାସ ଓ ହାଇସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ କର୍ମଚାରୀ, ଛାତ୍ରୀ ନିବାସର ଅନ୍ତେବାସୀ ଓ ଅଭିଭାବକଙ୍କ ବୟାନ ସଂଗ୍ରହ କରିଛନ୍ତି।

Leave A Reply